
ଚୀନ ଦେଶର ବୁହାନସ୍ଥିତ ବୁହାନ ଇନଷ୍ଟିଚ୍ୟୁଟ ଅଫ ଭାଇରେଲୋଜୀର ପ୍ରଫେସର ସି ଜେଙ୍ଗ ଲୀ ତାଙ୍କର ନିଜସ୍ୱ ବିଜ୍ଞାନାଗାରକୁ ଯାଂଚ ଏଜେନ୍ସୀମାନଙ୍କ ଦ୍ୱାରା ଯାଂଚ ପାଇଁ ଖୋଲିବାକୁ ରାଜି ବୋଲି ଘୋଷଣା କରିଛନ୍ତି । ପ୍ରଫେସର ଲୀ କହିଛନ୍ତି କେହି ବି ସଠିକ କାଗଜପତ୍ର ସହ ତାଙ୍କ ବିଜ୍ଞାନାଗାରକୁ ଆସିବା ପାଇଁ ସେ ଅନୁମତି ଦେବାକୁ ରାଜି । ଏହା ଦେଖିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଆଗାମୀ ମାସରେ ଜାନୁଆରୀ ୨୦୨୧ରେ ପ୍ରଫେସର ଲୀଙ୍କ […]
କେନ୍ଦ୍ରର ବିଜେପି ସରକାର ବିଭିନ୍ନ ଏଜେନ୍ସୀ ଓ ପାଳିତ ଗଣମାଧ୍ୟମ ଜରିଆରେ ବିକାଶର ତୁଚ୍ଛା ପ୍ରଚାର ପ୍ରସାରରେ ବ୍ୟସ୍ତ ଥିବା ବେଳେ ଏବେ ଏକ ଚିନ୍ତାଜନକ ରିପୋର୍ଟ ଆସିଛି ଯେ ଦେଶର ବିଭିନ୍ନ ସହରମାନଙ୍କରେ ରହୁଥିବା ଲୋକଙ୍କ ପାଇଁ (ସେମାନଙ୍କ ଚାହିଦା ବା କିଣିବା ପାଇଁ ରାଜିଥିବା)ବାସଗୃହର ସଂଖ୍ୟା ୨ କୋଟି ୯୦ ଲକ୍ଷ କମ ହୋଇ ଗଲାଣି । ଏହା ସହିତ ସହର ଗୁଡିକରେ ପୂର୍ବରୁ ସହରବାସୀଙ୍କୁ ଯେତିକି ବାସଗୃହ ଯୋଗ୍ୟ ଜମି ମିଳୁଥିଲା ତାହା […]
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କୁହାଯାଇଛି ଯେ ବ୍ରିଟେନରେ ମିଳିଥିôବା କରୋନା ଭାଇରସର ନୂଆ ଷ୍ଟ୍ରେନ, ଯାହାକୁ -ବି ୧.୧.୭ ନାମରେ ନାମିତ କରାଯାଇଛି ତାହା ଏ ପର୍ଯ୍ୟନ୍ତ ବ୍ରିଟେନର କୌଣସି ସ୍ଥାନରେ ମଧ୍ୟ ବେକାବୁ ସ୍ଥିତିରେ ପହଂଚି ନାହିଁ । ତେବେ ଏଥିପାଇଁ ସତର୍କତା ନିଶ୍ଚିତ ଜରୁରୀ । ହୁ ପକ୍ଷରୁ କୁହାଯାଇଛି ଯେ ଏହା ଶୀଘ୍ର ଶୀଘ୍ର ସଂକ୍ରମିତ ହେଉଛି କିନ୍ତୁ ଏହା ସେପରି ଘାତକ ନୁହେଁ ।ସମ୍ପ୍ରତି ବ୍ରିଟେନରେ ଦେଖା ଦେଇଥିବା କରୋନା […]
କରୋନା ମହାମାରୀ କାଳରେ ମଧ୍ୟ ଚୀନ୍ ପକ୍ଷରୁ ଭାରତ ପାଇଁ ୧୨ ହଜାର କୋଟିର ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ ବା ଏଫଡିଆଇର ପ୍ରସ୍ତାବ ଦିଆଯାଇଛି । ଚଳିତ ବର୍ଷ ଅପ୍ରେଲ ରୁ ଆଜି ପର୍ଯ୍ୟନ୍ତ ୧୨୦ ରୁ ଅଧିକ ଏଫଡିଆଇ ପ୍ରସ୍ତାବ ଚୀନରୁ ଆସିଛି । ଭାରତୀୟ ଅର୍ଥ ବିଭାଗ ସୂତ୍ରରୁ ଏକଥା ଜଣାପଡିଛି ।କରୋନା ମହାମାରୀ ଲାଗିଯିବା ପରେ ଭାରତରେ ମାର୍ଚ୍ଚ ମାସରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍, ସଟଡାଉନ୍ ଆଦି ଆର୍ଥିକ ତଥା […]
ବିଶ୍ୱରେ କରୋନା ମହାମାରୀ ସୃଷ୍ଟି ପାଇଁ ଦାୟୀ ନଭେଲ କୋବିଡ ୧୯ର ନୂଆ ପ୍ରକାରର ଭାଇରସ ବ୍ରିଟେନରେ ସୃଷ୍ଟି ହେବା ଘଟଣା ସାରା ବିଶ୍ୱବାସୀଙ୍କୁ ଚିନ୍ତିତ କରିଛି । କାରଣ ବିଶେଷଜ୍ଞମାନଙ୍କ କହିବାନୁଯାୟୀ ନୂଆ ଭାଇରସ ୭୦ ପ୍ରତିଶତ ଅଧିକ ଗତିରେ ସଂକ୍ରମଣକୁ ବ୍ୟାପକ କରୁଛି । ଏହାକୁ ଦେଖି ଭାରତ ସରକାରଙ୍କ ପକ୍ଷରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନର ଉଡାଣକୁ ରଦ୍ଦ କରାଯାଇଛି । ଭାରତରେ ଏପରି କରାଯିବା ପୂର୍ବରୁ ବହୁ […]