
କରୋନା କାଳରେ ଚୀନ ଭାରତକୁ ଦେଇଛି ୧୨ ହଜାର କୋଟିର ଏଫଡିଆଇ ପ୍ରସ୍ତାବ
କରୋନା ମହାମାରୀ କାଳରେ ମଧ୍ୟ ଚୀନ୍ ପକ୍ଷରୁ ଭାରତ ପାଇଁ ୧୨ ହଜାର କୋଟିର ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ ବା ଏଫଡିଆଇର ପ୍ରସ୍ତାବ ଦିଆଯାଇଛି । ଚଳିତ ବର୍ଷ ଅପ୍ରେଲ ରୁ ଆଜି ପର୍ଯ୍ୟନ୍ତ ୧୨୦ ରୁ ଅଧିକ ଏଫଡିଆଇ ପ୍ରସ୍ତାବ ଚୀନରୁ ଆସିଛି । ଭାରତୀୟ ଅର୍ଥ ବିଭାଗ ସୂତ୍ରରୁ ଏକଥା ଜଣାପଡିଛି ।
କରୋନା ମହାମାରୀ ଲାଗିଯିବା ପରେ ଭାରତରେ ମାର୍ଚ୍ଚ ମାସରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍, ସଟଡାଉନ୍ ଆଦି ଆର୍ଥିକ ତଥା ସାମାଜିକ ନାକାବନ୍ଦୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଅପ୍ରେଲ ୨୦୨୦ରେ ଭାରତ ପକ୍ଷରୁ ଚୀନ୍ ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶକୁ ନେଇ ଏକ ନୂଆ ନିୟମ କରାଗଲା । ଯେଉଁଥିରେ କୁହାଗଲା ଯେ ଚୀନ୍ ସହିତ ଭାରତର ପଡୋଶୀ ମୂଳକର କୌଣସି କମ୍ପାନୀ ଭାରତରେ ପୁଂଜି ନିବେଶ କରିବାକୁ ଚାହିଁଲେ ତାହା ସେ ସିଧାସଳଖ କରି ପାରିବେ ନାହିଁ । ସେଥିପାଇଁ ଭାରତକୁ ପ୍ରସ୍ତାବ ପଠାଯିବ ଓ ଭାରତ ସରକାର ଏହାକୁ ପରୀକ୍ଷା କରି ଦେଖିବେ । ସରକାର ଯଦି ଏହାକୁ ପରୀକ୍ଷା କରି ମଂଜୁରୀ ଦେବେ ତାହେଲେ ପୁଂଜି ନିବେଶ କରାଯାଇ ପାରିବ ।
ଚୀନରୁ ଆସିଥିବା ପ୍ରସ୍ତାବ ଗୁଡିକୁ ଯାଂଚ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆନ୍ତଃ-ମନ୍ତ୍ରାଳୟ ସ୍ତରୀୟ କମିଟି ଗଠନ କରାଯାଇ ସାରିଛି । କମିଟି ଯାଂଚ କରି ଯାହା ଦେଖିଛି ଏବେ ସୁଦ୍ଧା ଚୀନ ପକ୍ଷରୁ ଯେଉଁ ସବୁ ପ୍ରସ୍ତାବ ଆସିଛି ସେସବୁ ପ୍ରସ୍ତାବ ସେହି ସବୁ କମ୍ପାନୀଙ୍କ ପକ୍ଷରୁ ଆସିଛି ଯେଉଁ କମ୍ପାନୀ ଗୁଡିକ ପୂର୍ବରୁ ମଧ୍ୟ ଭାରତରେ ପୁଂଜି ନିବେଶ କରି କାରଖାନା ଚଳାଉଛନ୍ତି । କେତେକ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ସରକାରୀ ଠିକା ପାଇବା ପାଇଁ କରାଯାଉଥିବା ନିଲାମୀରେ ଭାଗ ନେଇ ନିଲାମ ଧରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ସବୁକୁ ମିଶାଇଲେ ଅପ୍ରେଲରୁ ଆଜି ପର୍ଯ୍ୟନ୍ତ ୧୩୦ଟି କମ୍ପାନୀ ଭାରତ ସରକାରକୁ ପ୍ରସ୍ତାବ ଦେଲେଣି । ସେହି ସବୁ ପ୍ରସ୍ତାବକୁ ଗୃହ ମନ୍ତ୍ରାଳୟ ପାଖକୁ ପଠାଇ ଦିଆ ଯାଇଛି । ସୂତ୍ର ଅନୁଯାୟୀ ବହୁପକ୍ଷୀୟ ସଂସ୍ଥାନ ଦ୍ୱାରା ଆର୍ଥିକ ରୂପେ ପୋଷିତ ପରିଯୋଜନା ଗୁଡିକର ନିଲାମୀରେ ଭାଗ ନେବାକୁ ଚୀନ ଉପରେ କୌଣସି ପ୍ରତିବନ୍ଧକ ଭାରତ ପକ୍ଷରୁ ଲଗାଯାଇ ନାହିଁ ।
ସୂଚନା ମୁତାବକ ଆନ୍ତଃଜାତୀୟ ସ୍ତରରେ ସ୍ମାର୍ଟ ଫୋନ ନିର୍ମାଣ ଓ ବିକ୍ରୟକାରୀ ଆପ୍ପୋ ସଂସ୍ଥା ମଙ୍ଗଳବାର ଦିନ ଘୋଷଣା କରିଛି ଯେ କମ୍ପାନୀ ଭାରତରେ ଏହାର ପ୍ରଥମ ୫ଜୀ ଇନୋବେସନ ଲାବୋରାଟୋରୀ ସ୍ଥାପନ କରି ସାରିଛି । ଏହା ହେଉଛି ଚୀନ ବାହାରେ ସ୍ଥାପିତ ହୋଇଥିବା ଏହି ପ୍ରକାରର ପ୍ରଥମ ଲାବୋରାଟୋରୀ । କମ୍ପାନୀ ଏହାର ହାଇଦ୍ରାବାଦ ସ୍ଥିତ ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ରରେ କ୍ୟାମେରା, ପାଓା୍ୱର ସମ୍ବନ୍ଧିତ ଯନ୍ତ୍ରାଂଶ, ପାୱାର ପ୍ୟାକ ସହିତ ବେଟେରୀ ତିଆରି କରିବ । ନୂଆ ଲୋକଙ୍କ ପାଇଁ କମ୍ପାନୀ ଏହିପରି ଆଉ ତିନୋଟି ଲାବୋରାଟୋରୀ ସ୍ଥାପନ କରିବ । ଆପ୍ପୋ ହେଉଛି ଚୀନର ଡଙ୍ଗଗୁଆନଠାରେ ସ୍ଥାପିତ ଗୁଆଙ୍ଗଡଙ୍ଗ ଆପ୍ପୋ ଟେଲିକମୁନିକେସନ କରପୋରେସନ ଲିମିଟେଡର ସଂସ୍ଥା । କମ୍ପାନୀ ସ୍ମାର୍ଟ ଫୋନ୍, ଅଡିଓ ଡିଭାଇସ୍, ପାୱାର ବ୍ୟାଙ୍କ ଆଦି ବିଭିନ୍ନ ଇଲେକ୍ଟ୍ରାନିକ୍ସ ଯନ୍ତ୍ର/ଯନ୍ତାଂଶ ଉତ୍ପାଦନ କରୁଛି ।
କରୋନା ମହାମାରୀ କାଳରେ ମଧ୍ୟ ଚୀନ୍ ପକ୍ଷରୁ ଭାରତ ପାଇଁ ୧୨ ହଜାର କୋଟିର ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ ବା ଏଫଡିଆଇର ପ୍ରସ୍ତାବ ଦିଆଯାଇଛି । ଚଳିତ ବର୍ଷ ଅପ୍ରେଲ ରୁ ଆଜି ପର୍ଯ୍ୟନ୍ତ ୧୨୦ ରୁ ଅଧିକ ଏଫଡିଆଇ ପ୍ରସ୍ତାବ ଚୀନରୁ ଆସିଛି । ଭାରତୀୟ ଅର୍ଥ ବିଭାଗ ସୂତ୍ରରୁ ଏକଥା ଜଣାପଡିଛି ।କରୋନା ମହାମାରୀ ଲାଗିଯିବା ପରେ ଭାରତରେ ମାର୍ଚ୍ଚ ମାସରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍, ସଟଡାଉନ୍ ଆଦି ଆର୍ଥିକ ତଥା […]