
ଚୀନ ଏହାର ବିଜ୍ଞାନାଗାରକୁ ଯାଂଚ ପାଇଁ ଖୋଲିବାକୁ ରାଜି
ଚୀନ ଦେଶର ବୁହାନସ୍ଥିତ ବୁହାନ ଇନଷ୍ଟିଚ୍ୟୁଟ ଅଫ ଭାଇରେଲୋଜୀର ପ୍ରଫେସର ସି ଜେଙ୍ଗ ଲୀ ତାଙ୍କର ନିଜସ୍ୱ ବିଜ୍ଞାନାଗାରକୁ ଯାଂଚ ଏଜେନ୍ସୀମାନଙ୍କ ଦ୍ୱାରା ଯାଂଚ ପାଇଁ ଖୋଲିବାକୁ ରାଜି ବୋଲି ଘୋଷଣା କରିଛନ୍ତି । ପ୍ରଫେସର ଲୀ କହିଛନ୍ତି କେହି ବି ସଠିକ କାଗଜପତ୍ର ସହ ତାଙ୍କ ବିଜ୍ଞାନାଗାରକୁ ଆସିବା ପାଇଁ ସେ ଅନୁମତି ଦେବାକୁ ରାଜି । ଏହା ଦେଖିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଆଗାମୀ ମାସରେ ଜାନୁଆରୀ ୨୦୨୧ରେ ପ୍ରଫେସର ଲୀଙ୍କ ବିଜ୍ଞାନାଗାରକୁ ଯିବାର ଯୋଜନା ଆରମ୍ଭ ହୋଇ ଗଲାଣି ।
ପ୍ରଫେସର ଲୀ ହେଉଛନ୍ତି ସେହି ବୈଜ୍ଞାନିକ ଯିଏକି ୨୦୦୩ ମସିହାରେ ବିଶ୍ୱସ୍ତରରେ ସମ୍ମାନର ପାତ୍ର ହୋଇଥିଲେ । କାରଣ ସେ ହିଁ ପ୍ରଥମେ ଭୟଙ୍କର ସାର୍ସ ବେମାରୀର ଜୀବାଣୁ ବିଷୟରେ ବିଶ୍ୱ ସମୁଦାୟକୁ ଜ୍ଞାନ ଦୋବା ସହିତ ଏଥିପ୍ରତି ସାବଧାନ ହେବାକୁ ଚେତାବନୀ ଦେଇଥିଲେ । ସେତେବେଳେକୁ ବିଶ୍ୱର ବିଭିନ୍ନ ସ୍ଥାନରେ ୭୦୦ ପାଖାପାଖି ଲୋକଙ୍କର ସାର୍ସ ବେମାରୀରେ ମୃତ୍ୟୁ ହୋଇ ସାରିଥିଲା । ତେଣୁ ସେତେବେଳେ ଲୀ ଙ୍କୁ ଜଣେ ମହାନ ବୈଜ୍ଞାନିକ ବୋଲି ବିଭିନ୍ନ ଗଣମାଧ୍ୟମରେ କୁହାଯାଉଥିଲା । ଲୀ କହିଥିଲେ ସାର୍ସ ଭାଇରସ ୟୁନାନର ଗୁମ୍ଫାମାନଙ୍କରେ ରହୁଥିବା ବାଦୁଡିମାନଙ୍କ ଠାରୁ ମଣିଷ ଶରୀରରେ ପ୍ରବେଶ କରୁଛି ।
ଚୀନର ଟାଂଗଦାନ ଖଣିରେ ତିନିଜଣ ଶ୍ରମିକଙ୍କର ଅକାଳ ମୃତ୍ୟୁ ହୋଇଯିବା ପରେ ଖଣିଗୁଡିକରେ ଥିବା ବାଦୁଡି ଗୁଡିକର ଶହ ଶହ ସଂଖ୍ୟାରେ ଅକାଳ ମୃତ୍ୟୁ ଘଟିବା ପରେ ଏହି ଆଶଂକା କରାଯାଇଥିଲା ଯେ ଏହା କୌଣସି ଏକ ନୂତନ ଜୀବାଣୁ ଯୋଗୁ ଘଟୁଛି ।
ଚୀନ ଦେଶର ବୁହାନସ୍ଥିତ ବୁହାନ ଇନଷ୍ଟିଚ୍ୟୁଟ ଅଫ ଭାଇରେଲୋଜୀର ପ୍ରଫେସର ସି ଜେଙ୍ଗ ଲୀ ତାଙ୍କର ନିଜସ୍ୱ ବିଜ୍ଞାନାଗାରକୁ ଯାଂଚ ଏଜେନ୍ସୀମାନଙ୍କ ଦ୍ୱାରା ଯାଂଚ ପାଇଁ ଖୋଲିବାକୁ ରାଜି ବୋଲି ଘୋଷଣା କରିଛନ୍ତି । ପ୍ରଫେସର ଲୀ କହିଛନ୍ତି କେହି ବି ସଠିକ କାଗଜପତ୍ର ସହ ତାଙ୍କ ବିଜ୍ଞାନାଗାରକୁ ଆସିବା ପାଇଁ ସେ ଅନୁମତି ଦେବାକୁ ରାଜି । ଏହା ଦେଖିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଆଗାମୀ ମାସରେ ଜାନୁଆରୀ ୨୦୨୧ରେ ପ୍ରଫେସର ଲୀଙ୍କ […]