
ନୂଆ କରୋନା ଭାଇରସକୁ ନେଇ ଚିନ୍ତା ବଢୁଛି
ବିଶ୍ୱରେ କରୋନା ମହାମାରୀ ସୃଷ୍ଟି ପାଇଁ ଦାୟୀ ନଭେଲ କୋବିଡ ୧୯ର ନୂଆ ପ୍ରକାରର ଭାଇରସ ବ୍ରିଟେନରେ ସୃଷ୍ଟି ହେବା ଘଟଣା ସାରା ବିଶ୍ୱବାସୀଙ୍କୁ ଚିନ୍ତିତ କରିଛି । କାରଣ ବିଶେଷଜ୍ଞମାନଙ୍କ କହିବାନୁଯାୟୀ ନୂଆ ଭାଇରସ ୭୦ ପ୍ରତିଶତ ଅଧିକ ଗତିରେ ସଂକ୍ରମଣକୁ ବ୍ୟାପକ କରୁଛି । ଏହାକୁ ଦେଖି ଭାରତ ସରକାରଙ୍କ ପକ୍ଷରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନର ଉଡାଣକୁ ରଦ୍ଦ କରାଯାଇଛି । ଭାରତରେ ଏପରି କରାଯିବା ପୂର୍ବରୁ ବହୁ ଦେଶ ପକ୍ଷରୁ ବ୍ରିଟେନକୁ ଆକାଶପଥରେ ଯାତ୍ରୀସେବାକୁ ବନ୍ଦ କରାଯାଇ ସାରିଛି । ଡେରିରେ ହେଲେ ମଧ୍ୟ ଭାରତ ଏଥିପାଁଇ ପଦକ୍ଷେପ ନେଇଛି ଓ ଗତକାଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ଯେ ୩୧ ଡିସେମ୍ବର ପର୍ଯ୍ୟନ୍ତ ଆକାଶ ପଥରେ ବି୍ରଟେନ ସହିତ ଥିବା ସମସ୍ତ ଯୋଗାଯୋଗ ବନ୍ଦ ରହିବ ।
ବ୍ରିଟେନରେ ଦେଖା ଦେଇଥିବା ଏହି ନିଉ ଭାରିଏଂଟଣ୍ଟ ବା ନୂଆ ଟାଇପର ଜୀବାଣୁ ଯୋଗୁ ବହୁ ଅଧିକ ପରିମାଣରେ ଲୋକ ବେମାର ହେଉଛନ୍ତି । ଯାହାକୁ ଦେଖି ବ୍ରିଟେନରେ ସୁରକ୍ଷା ବ୍ୟବସ୍ଥା ବିଶେଷ କରି ନିଷେଧାଜ୍ଞା ଗୁଡିକୁ ପୂର୍ବ ଅପେକ୍ଷା ଅଧିକ କଡାକଡି କରି ଦିଆଯାଇଛି । ବିଶେଷକରି ଲଣ୍ଡନ ସହରରେ ଏହାକୁ ନେଇ ସେଠାକାର ପ୍ରଶାସନ ଲୋକମାନଙ୍କୁ ଅଧିକ ସଚେତନ କରିବାରେ ଲାଗିଛି ।
ଭାରତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଏଥିପାଇଁ ସତର୍କ ରହିଛି । ମନ୍ତ୍ରୀଙ୍କ ମତରେ ଭାରତରେ ଖରାପ ସମୟ ବିତି ଯାଇ ସାରିଛି । ଆସନ୍ତା ମାସରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ଏଥିପାଇଁ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହେଉଛି । ଏବେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ।
ବିଶ୍ୱରେ କରୋନା ମହାମାରୀ ସୃଷ୍ଟି ପାଇଁ ଦାୟୀ ନଭେଲ କୋବିଡ ୧୯ର ନୂଆ ପ୍ରକାରର ଭାଇରସ ବ୍ରିଟେନରେ ସୃଷ୍ଟି ହେବା ଘଟଣା ସାରା ବିଶ୍ୱବାସୀଙ୍କୁ ଚିନ୍ତିତ କରିଛି । କାରଣ ବିଶେଷଜ୍ଞମାନଙ୍କ କହିବାନୁଯାୟୀ ନୂଆ ଭାଇରସ ୭୦ ପ୍ରତିଶତ ଅଧିକ ଗତିରେ ସଂକ୍ରମଣକୁ ବ୍ୟାପକ କରୁଛି । ଏହାକୁ ଦେଖି ଭାରତ ସରକାରଙ୍କ ପକ୍ଷରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନର ଉଡାଣକୁ ରଦ୍ଦ କରାଯାଇଛି । ଭାରତରେ ଏପରି କରାଯିବା ପୂର୍ବରୁ ବହୁ […]