
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କୁହାଯାଇଛି ଯେ ବ୍ରିଟେନରେ ମିଳିଥିôବା କରୋନା ଭାଇରସର ନୂଆ ଷ୍ଟ୍ରେନ, ଯାହାକୁ -ବି ୧.୧.୭ ନାମରେ ନାମିତ କରାଯାଇଛି ତାହା ଏ ପର୍ଯ୍ୟନ୍ତ ବ୍ରିଟେନର କୌଣସି ସ୍ଥାନରେ ମଧ୍ୟ ବେକାବୁ ସ୍ଥିତିରେ ପହଂଚି ନାହିଁ । ତେବେ ଏଥିପାଇଁ ସତର୍କତା ନିଶ୍ଚିତ ଜରୁରୀ । ହୁ ପକ୍ଷରୁ କୁହାଯାଇଛି ଯେ ଏହା ଶୀଘ୍ର ଶୀଘ୍ର ସଂକ୍ରମିତ ହେଉଛି କିନ୍ତୁ ଏହା ସେପରି ଘାତକ ନୁହେଁ ।ସମ୍ପ୍ରତି ବ୍ରିଟେନରେ ଦେଖା ଦେଇଥିବା କରୋନା […]
ବିଶ୍ୱରେ କରୋନା ମହାମାରୀ ସୃଷ୍ଟି ପାଇଁ ଦାୟୀ ନଭେଲ କୋବିଡ ୧୯ର ନୂଆ ପ୍ରକାରର ଭାଇରସ ବ୍ରିଟେନରେ ସୃଷ୍ଟି ହେବା ଘଟଣା ସାରା ବିଶ୍ୱବାସୀଙ୍କୁ ଚିନ୍ତିତ କରିଛି । କାରଣ ବିଶେଷଜ୍ଞମାନଙ୍କ କହିବାନୁଯାୟୀ ନୂଆ ଭାଇରସ ୭୦ ପ୍ରତିଶତ ଅଧିକ ଗତିରେ ସଂକ୍ରମଣକୁ ବ୍ୟାପକ କରୁଛି । ଏହାକୁ ଦେଖି ଭାରତ ସରକାରଙ୍କ ପକ୍ଷରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନର ଉଡାଣକୁ ରଦ୍ଦ କରାଯାଇଛି । ଭାରତରେ ଏପରି କରାଯିବା ପୂର୍ବରୁ ବହୁ […]
ଏବେ କରୋନା ଟିକାକୁ ନେଇ ଅନେକ ବାଦବିବାଦ ଜାରୀ ରହିଥିବା ବେଳେ ଏହି ଟିକାକୁ ନେଇ ଯେଉଁ ସଦ୍ୟତମ ବିବାଦ ସାମ୍ନାକୁ ଆସିଛି ଓ ଯାହାକୁ ନେଇ କରୋନା ଟିକା ନେବାକୁ ନେଇ ଲୋକଙ୍କ ମନରେ ଡର ପଶିବାରେ ଲାଗିଛି ତାହା ହେଉଛି ଟିକା ନେବା ପରେ ହଠାତ୍ ମାନବ ଶରୀରରେ ବଢି ଯାଉଥିବା ଆଲର୍ଜିର ଭୟ । ଏହି ଘଟଣାରେ ଆମେରିକାରେ ଜଣେ ବ୍ୟକ୍ତି ଗତକାଲି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଟିକାକରଣକୁ ବନ୍ଦ ରଖି […]
ଚଳିତ ମାସ ବା ଆସନ୍ତା ମାସରେ କରୋନାର ଟୀକା ଲୋକଙ୍କ ପାଖରେ ପହଂଚିବ ବୋଲି ବିଭିନ୍ନ ମହଲରୁ ଦାବି କରାଯାଉଥିବା, କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହାକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ କରି ଦେଇଥିବା ବେଳେ ଖୋଦ୍ ଏହି ଟିକା ପ୍ରସ୍ତୁତକାରୀ କମ୍ପାନୀମାନେ ଦାବି କଲେଣି ଯେ ସରକାରମାନଙ୍କ ପକ୍ଷରୁ ସେମାନଙ୍କୁ ପ୍ରଥମେ ସୁରକ୍ଷା ଦିଆଯାଉ । ନହେଲେ ସେମାନେ ଟିକା ପ୍ରସ୍ତୁତ କରି ପାରିବେ ନାହିଁ । ସେମାନେ ଟିକା ପ୍ରସ୍ତୁତ କରିବେ କିନ୍ତୁ […]
ଅନ୍ତରୀକ୍ଷ ଅନୁସନ୍ଧାନରେ ଚୀନର ବୈଜ୍ଞାନିକମାନେ ପୁଣି ଏକ କମାଲ ଦେଖେଇଛନ୍ତି । ଚନ୍ଦ୍ର ପୃଷ୍ଠରେ ପହଂଚିଥିବା ଅନ୍ତରୀକ୍ଷ ଯାନ ଚାଂଗ-ଇ-୫ ଗୁରୁବାର,୧୭.୧୨.୨୦୨୦ ତାରିଖ ରାତି ଗୋଟାଏ ବାଜି ତିରିଶ ମିନିଟ ସମୟରେ ପୃଥିବୀକୁ ଫେରିଛି । ଏହା ଗତକାଲି ରାତି ସାଢେ ଗୋଟାଏ ସମୟରେ ମଙ୍ଗୋଲିଆର ଆଭ୍ୟନ୍ତରୀଣ ପ୍ରଦେଶରେ ସଫଳତାର ସହିତ ଅବତରଣ କରିଛି । ଏହି ଯାନରେ ଚନ୍ଦ୍ର ବିଷୟରେ ଜାଣିବା ପାଇଁ ଚୀନର ବୈଜ୍ଞାନିକମାନେ ଚନ୍ଦ୍ରର ଅଭ୍ୟନ୍ତରୀଣ କ୍ଷେତ୍ରରୁ ଆବଶ୍ୟକ ପରିମାଣରେ ମାଟି, ପଥର […]
ଭୁବନେଶ୍ୱର.- ସଦ୍ୟ ଘୋଷିତ ବିହାର ନିର୍ବାଚନ ପରିଣାମରୁ ଏ ଯାବତ୍ ଯେତିକି ଜଣା ପଡିଲାଣି ଚଳିତ ନିର୍ବାଚନରେ ଲାଲୁ ଓ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଆଂଚଳିକ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ସର୍ବଭାରତୀୟ ପାର୍ଟି ବିଜେପିଠାରୁ ବହୁ ଅଧିକ ଭୋଟ ମିଳିଛି । ପୁଣି ଲାଲୁଙ୍କ ଅପେକ୍ଷା ତେଜସ୍ୱୀଙ୍କ ନେତୃତ୍ୱରେ ଛିଡା ହୋଇଥିବା ଆରଜେଡିକୁ ୨୦୧୫ ନିର୍ବାଚନ ଅପେକ୍ଷା ମଧ୍ୟ ଅଧିକ ଭୋଟ ମିଳିଛି । ଏକ ଅପୁଷ୍ଟ ହିସାବ ଅନୁଯାୟୀ ଚଳିତ ନିର୍ବାଚନରେ ଆରଜେଡିକୁ ୯୭ […]
କେନ୍ଦ୍ର ସରକାର ଦେଶରେ ନାଗରିକ ସଂଶୋଧନ ଆଇନ ବା ସିଏଏକୁ ନିଶ୍ଚିତ ଲାଗୁ କରାଇବେ । କୋରୋନା ମହାମାରୀ ପାଇଁ ଏହି ଆଇନକୁ ଲାଗୁ କରାଯିବାରେ ସାମାନ୍ୟ ବିଳମ୍ବ ଘଟିଛି । କିନ୍ତୁ କୋରାନୋ ମହାମାରୀ ବିପଦ କଟିଯିବା ପରେ ଏହି ଆଇନକୁ ନିଶ୍ଚିତ ଲାଗୁ କରାଯିବ । ଏକଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କହିଛନ୍ତି ।ସମ୍ପ୍ରତି ପଶ୍ଚିମବଙ୍ଗର ସିଲିଗୁଡିଠାରେ ଆୟୋଜିତ ବିଜେପିର ଏକ କର୍ମିୀ ସମ୍ମିଳନୀରେ ଭାଷଣ ଦେଇ […]
ସମ୍ପ୍ରତି ଭାରତୀୟ ସେନାର ତିନିବାହିନୀର ୧୨୦ ଜଣ ଭେଟେରାନ ରିଟାୟାର୍ଡ ଅଧିକାରୀ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି କହିଛନ୍ତି ଯେ ସୈନ୍ୟବାହିନୀରେ ଥିବା କୌଣସି ମୁସଲିମ ରେଜିମେଂଟକୁ କେବେ ଭଙ୍ଗା ଯାଇନାହିଁ । ଏ ବିଷୟରେ ଫେସବୁକ ଏବଂ ଟ୍ୱିଟରରେ ମିଛ ଅପପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ସରକାର ପଦକ୍ଷେପ ନିଅନ୍ତୁ । ସେମାନଙ୍କ କହିବା କଥା ଯେ ୧୯୬୫ର ଭାରତ ପାକିସ୍ଥାନ ଯୁଦ୍ଧ ପୂର୍ବରୁ ବା ପରେ ଭାରତୀୟ ସୈନ୍ୟବାହିନୀରେ ମୁସଲିମ ରେଜିମେଂଟ […]
ହରିଆଣାର ସୋନପତ ଜିଲ୍ଲାର ଗୋଟିଏ ପୁଲିସ ଫାଣ୍ଡିରେ ଜୁଲାଇ ମାସର ପ୍ରଥମ ସପ୍ତାହରେ ୧୦ ରୁ ୧୨ ଜଣ ପୁଲିସ କର୍ମଚାରୀ ସେହି ଜିଲାର ବୁତାନା ଗାଁ’ର ଦୁଇଜଣ ଦଳିତ ଯୁବତୀଙ୍କୁ ଅମାନୁଷିକ ଅତ୍ୟାଚାର କରିବା ସହିତ ସେମାନଙ୍କୁ ଚାରିି ଦିନ ଧରି ଥାନାରେ ରଖି ଗଣଧର୍ଷଣ କରିଥିବାର ଅଭିଯୋଗ ଆସିଛି । ଏକଥା ଜାଣିବା ପରେ ଝିଅଙ୍କ ମା ଥାନାରେ ଏତାଲା ଦେଇଥିଲେ ମଧ୍ୟ ପୋଲିସ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ । ଏହା […]
ଇତି ମଧ୍ୟରେ ହାଥରସରେ ଜଘନ୍ୟ ଗଣଧର୍ଷଣ, ଅମାନବୀୟ ଅତ୍ୟାଚାର, ତଦ୍ଜନିତ ମୃତ୍ୟୁ ଓ ଶେଷରେ ପୁଲିସ ଅତ୍ୟାଚାରର ଶିକାର ହୋଇଥବା ମନୀଷା ବାଲ୍ମିକୀ ଓ ତାଙ୍କ ପରିବାର ଉପରେ ଯେଉଁ ଝଡ଼ ବୋହିଗଲା ତାକୁ ନେଇ ଉତ୍ତର ପ୍ରଦେଶ ଉଚ୍ଚ ନ୍ୟାୟାଳୟ ଗୋଟିଏ ପ୍ରଶ୍ନ ଉଠାଇଛନ୍ତି । ପ୍ରଶ୍ନଟି ହେଉଛି ଯଦି ସମ୍ପୃକ୍ତ ଝିଅଟି ଗୋଟିଏ ଧନୀଘରର ଝିଅ ହୋଇଥାଆନ୍ତା ? ଅର୍ଥାତ୍ ଝିଅଟି ଯଦି ଧନୀଘରର ଝିଅ ହୋଇଥାଆନ୍ତା ତାହେଲେ ପୁଲିସ କ’ଣ ତା ଶବକୁ […]
କରୋନା ଭାଇରସରେ ଆକ୍ରାନ୍ତ ହୋଇଯାଇଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇତି ମଧ୍ୟରେ ସୁସ୍ଥ ହୋଇ ହ୍ୱାଇଟ ହାଉସକୁ ଫେରି ଆସିଛନ୍ତି ଓ ନିଜର ଚିରାଚରିତ କାର୍ଯ୍ୟ ସବୁକୁ ପୂର୍ବବତ୍ କରିବାରେ ଲାଗି ଗଲେଣି । ସାମ୍ବାଦିକମାନଙ୍କୁ ତାଙ୍କ କାର୍ଯ୍ୟାବଳୀର ଖବର ଦେବା ଜରୁରୀ । ତେଣୁ ସେମାନେ ମଧ୍ୟ ପୂର୍ବାପେକ୍ଷା ଅଧିକ ସକ୍ରୀୟ ହେଲେଣି । ହ୍ୱାଇଟ ହାଉସ ପାଇଁ ରହିଥିବା ସାମ୍ବାଦିକ ମାନେ ହ୍ୱାଇଟ ହାଉସର ଖବର ସହିତ ମୁଖ୍ୟତଃ ରାଷ୍ଟ୍ରପତିଙ୍କ ଖବର ଦିଅନ୍ତି […]
ଉତ୍ତର ପ୍ରଦେଶର ହାଥରସଠାରେ ହୋଇଥିବା ଜଘନ୍ୟ ସାମୁହିକ ବଳାକ୍ରାର ଓ ଜଣେ ଦଳିତ ଯୁବତୀ ସହିତ କରାଯାଇଥିବା କ୍ରୁର ମରଣାନ୍ତକ ଅତ୍ୟାଚାର ଘଟଣାରେ ଦେଶବ୍ୟାପୀ ପ୍ରତିବାଦର ସ୍ୱର ଶୁଣାଯିବା ପରେ ଏବେ ଉତ୍ତର ପ୍ରଦେଶ ପୋଲିସ ଏକ ନୂଆ କଥା ବାହାର କରିଛି ଯେ ଗଣଧର୍ଷଣର ପ୍ରତିବାଦ କରିବା ନାଆଁରେ କିଛି ଲୋକ ରାଜ୍ୟରେ ଜାତିଆଣ ଦଙ୍ଗା ସୃଷ୍ଟି କରିବାର ଉଦ୍ୟମ କରୁଛନ୍ତି । କେବଳ ପୁଲିସ ବିଭାଗ ଏକଥା କହୁଛି ବୋଲି ନୁହେଁ ଉତ୍ତର ପ୍ରଦେଶର […]
ମାତ୍ର ଛବିଶ ବର୍ଷ ବୟସ୍କା ବସୁନ୍ଧରା ଟୁଲ୍ଲୁ ଶ୍ରୀନଗରର ହବ୍ୱା କଦାଲ ଇଲାକାରେ ଥିବା ନିଜ ପୈତୃକ ଗୃହରେ ରହନ୍ତି । ଝେଲମ ନଦୀ କୂଳରେ ଥିବା ଏହି ଅଂଚଳଟି ଖୁନ୍ଦିଖାନ୍ଦି ହୋଇଥିବା ଘରଗୁଡିକ ଏବଂ ସରୁ ସରୁ ଗଳିରେ ଭର୍ତ୍ତି । ଯେତେବେଳେ ସେ ଖୁବ ଛୋଟ ଥିଲେ ତାଙ୍କର ମା ବାପା ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ତାଙ୍କ ଅଜା ନିକଟସ୍ଥ ଗଣପତ୍ୟାର ମନ୍ଦିରର ପୂଜକ ଥିଲେ । ସେ ଚାଲିଯିବା ପରେ […]
ଜାତିସଂଘ ପକ୍ଷରୁ ଦିଆଯାଇଥିବା ଏକ ସୂଚନା ମୁତାବକ ଗତ ଦୁଇ ଦଶନ୍ଧୀ ଭିତରେ ବିଶ୍ୱରେ ୧୦୦ ନିୟୁତ ହେକ୍ଟର ଜଙ୍ଗଲକୁ ଧ୍ୱଂସ କରାଯାଇ ସାରିଲାଣି । ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ(ଫାଓ) ପକ୍ଷରୁ ଏବେ ଏବେ ହୋଇଥିବା ହିସାବରୁ ଜଣାପଡିଛି ଯେ ୨୦୦୦ ମସିହା ବେଳକୁ ୩୧.୯ ପ୍ରତିଶତ ଜମିରେ ଜଙ୍ଗଲ ଥିଲା ଅଥଚ ୨୦୨୦ ବେଳକୁ ଏହା ୩୧.୨ ପ୍ରତିଶତକୁ ଖସି ଆସିଲା । ବାକି ଜଙ୍ଗଲକୁ ଧ୍ୱଂସ କରାଯାଇ ସାରିଥିଲା । ଇତି ମଧ୍ୟରେ […]
ଗୁରୁବାର ଦିନ କଂଗ୍ରେସ ପାର୍ଟିର କୋଷାଧ୍ୟକ୍ଷ ତଥା ସାଂସଦ ଅହମ୍ମଦ ପଟେଲ, ବରିଷ୍ଠ ବାମପନ୍ଥୀ ନେତା ସିପିଆଇ(ଏମ୍) ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରୀ, ସିପିଆଇ ଜେନେରାଲ ସେକ୍ରେଟାରୀ ଡି ରାଜା, ଡିଏମକେ ସାଂସଦ କାନିମୋଝୀ, ଆରଜେଡି ସାଂସଦ ମନୋଜ ଝା ରାଷ୍ଟ୍ରପତିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ରରେ କୁହାଯାଇଛି ଯେ ଦିଲ୍ଲୀରେ ଶାସକ ଦଳର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ବିଜେପିର କେତେଜଣ ବରିଷ୍ଠ ନେତାଙ୍କ ଘୃଣାପୂର୍ଣ୍ଣ ଭାଷଣ ଯୋଗୁଁ ଦିଲ୍ଲୀରେ ଦଙ୍ଗା […]
ଦିଲ୍ଲୀରେ ଶାସନ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି(ଆପ) ସରକାରର ଦୁର୍ବଳତାକୁ ଦର୍ଶାଇବା ପାଇଁ ବିଜେପି ଦିଲ୍ଲୀରେ ୟୁକେର ୱେଷ୍ଟ ମିନିଷ୍ଟର ଢାଂଚାରେ ଏକ ଛାୟା ମନ୍ତ୍ରୀମଣ୍ଡଳ କରିବାକୁ ଚିନ୍ତା କରିଛି । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ଦିଲ୍ଲୀ ଶାଖାର ପ୍ରଭାରୀ ଶ୍ୟାମ ଜାଜୁ ଏହି ସୂଚନା ଦେଇଛନ୍ତି । ଜାଜୁଙ୍କ ମତରେ ଦିଲ୍ଲୀର କେଜରୀୱାଲ ସରକାର କିପରି ଶାସନ କରୁଛି ଓ କ’ଣ ସବୁ ତୃଟି କରୁଛି ତାକୁ ଦେଖିବା ଏବଂ ତା […]
ଭୁବନେଶ୍ୱର – କେନ୍ଦ୍ର ସରକାର ଓ ବିଜେପି ପକ୍ଷରୁ ବାରମାର କୁହାଯାଉଛି ଯେ ଦିଲ୍ଲୀ ଦଙ୍ଗା ପଛରେ ସିଏଏ ବିରୋଧୀ ମାନଙ୍କର ହାତ ରହିଛି । ଏହି ମିଛକୁ ଗୋବେଲ୍ସ ଥିଓରୀରେ ପକାଇ ଯେନତେନ ପ୍ରକାରେଣ ସାଧାରଣ ଲୋକଙ୍କ ନିକଟରେ ଗ୍ରହଣୀୟ କରାଇବା ପାଇଁ ଏବେ ପୁଲିସ ମିଛରେ ବରୀଷ୍ଠ ବାମପନ୍ଥୀ ନେତା ତଥା ସିପିଏମ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରୀ, ବିଶିଷ୍ଟ ଅର୍ଥନୀତିଜ୍ଞ ଜୟତୀ ଘୋଷ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦ, ସ୍ୱରାଜ ଅଭିଯାନର ନେତା […]
ଭାରତର ପର୍ଯ୍ୟଟନ ଶିଳ୍ପ ଗୁରୁତର ସଙ୍କଟ ରେଆମ ଦେଶର ପର୍ଯ୍ୟଟନ ଶିଳ୍ପ ଏକ ଗୁରୁତ୍ୱପୂର୍ଣ କ୍ଷେତ୍ର l. ଦେଶର ଜିଡିପି ର 9.2% ଏହି କ୍ଷେତ୍ରରୁ ଆସିଥାଏ, ନିଯୁକ୍ତି କ୍ଷେତ୍ରରେ ଦେଶର 8% ଶତାଂଶ ଲୋକ ଏଥିରେ ନିଯୁକ୍ତି ପାଇଥାନ୍ତି lକରୋନା ପରିସ୍ଥିତିରେ ପର୍ଯ୍ୟଟନ ଶିଳ୍ପ ଭୟଙ୍କର କ୍ଷତି ରେ ପଡିଛି ! ସି ଆଇ ଆଇ , ସେଣ୍ଟର ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି ଯେ ପ୍ରାୟ ପାଞ୍ଚ ଲକ୍ଷ କୋଟି ଟଙ୍କା ଏହି […]
ନରୱେର ଦକ୍ଷିଣପନ୍ଥୀ ଏମପି ପ୍ରସ୍ତାବ ଦେଇଛନ୍ତି ଯେ ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଙଲ ବୁଝାମଣା ଓ ସମ୍ପକପ୍ପ୍ତିଷ୍ଠା କରାଇବାରେ ଡ଼ୋନାଲ୍ଡ ଟ୍ରମ୍ପ ସଫଳ ହୋଇଥିବାରୁ ତାଙ୍କୁ ନୋବେଲ ପୁରସ୍କାର ଦିଆଯିବା ଉଚିତ୍ । ଅବଶ୍ୟ ତାଙ୍କର ଏହି ମତାମତକୁ କେହି ଗୁରୁତ୍ୱ ଦେଇ ନାହାନ୍ତି । ଆମେରିକାର ରାଷ୍ଟ୍ରପତି ଜାଣିଶୁଣି କରୋନା ଭୂତାଣୁକୁ ଗୁରୁତ୍ୱ ଦେଇ ନ ଥିଲେ । ଆମେରିକାର ସାମ୍ବାଦିକ ବବ୍ ଉଡୱାର୍ଡ ଯିଏ ୱାଟର ଗେଟ ସ୍କାଣ୍ଡାଲକୁ ଲୋକଲୋଚନକୁ ଆଣିଥିଲେ, ସେ […]
Writer: Abir Dasgupta, Paranjoy Guha Thakurta On August 31, a Supreme Court Bench headed by Justice Arun Mishra approved the decision by electricity regulators to grant Adani Power “compensatory tariffs” amounting to Rs 8,000 crore for electricity generated at its power plant in Rajasthan. The verdict, just before Justice Mishra’s retirement on September 2, is […]
Article by: Soutik Biswas For more than 200 days, a young, jailed Indian doctor faced charges under a national security law that allows the authorities to detain people if they feel they are a threat to national security. The allegations against 38-year-old paediatrician Dr Kafeel Khan arose from his speech at a student meeting last […]
ନୂଆଦିଲ୍ଲୀ: ସତ୍ୟ ପାଲ ମଲିକଙ୍କୁ ମଙ୍ଗଳବାର ଦିନ ମେଘାଳୟର ରାଜ୍ୟପାଳ ଭାବେ ସ୍ଥାନାନ୍ତର କରାଯାଇଥିଲା, ଯେଉଁଥିରେ ଗବର୍ନେଟେରାଲ୍ ପଦବୀରେ ତାଙ୍କର year ବର୍ଷ କାର୍ଯ୍ୟକାଳ ଶେଷ ହୋଇଥିବା ତାଥାଗାଟା ରୟଙ୍କ ସ୍ଥାନ ନିଆଯାଇଥିଲା। ଏକ ରାଷ୍ଟାପାଟୀ ଭବନ କମ୍ୟୁନିକେସନରେ କୁହାଯାଇଛି ଯେ ଗୋଆର ରାଜ୍ୟପାଳ ମଲିକଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ସ୍ଥାନାନ୍ତର କରାଯାଇଛି। ମହାରାଷ୍ଟ୍ରର ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ନିଜ କର୍ତ୍ତବ୍ୟ ବ୍ୟତୀତ ଗୋଆ ରାଜ୍ୟପାଳଙ୍କ କାର୍ଯ୍ୟ ତୁଲାଇବାକୁ କୁହାଯାଇଛି। ମଲିକ୍ ରୟଙ୍କଠାରୁ ଦାୟିତ୍। ଗ୍ରହଣ […]
Leaders of Maharashtra’s ruling coalition — Sena, NCP and Congress — say BJP is trying to use central agencies in Sushant Singh Rajput case to create an atmosphere of suspicion.